ରାଜଧାନୀ ଦିଲ୍ଲୀରେ ଲଗାତାର ଜାରି ରହିଥିବା ବର୍ଷାର ପ୍ରଭାବରେ ମହାମାୟା ପ୍ଲାଇଓଭରର ନିକଟରେ ଏକ୍ସପ୍ରେସୱେ ଓ ରିଙ୍ଗ ରୋଡ ସମେତ ଅନେକ ସ୍ଥାନ ଜଳମଗ୍ନ ହୋଇଥିବାରୁ ରାସ୍ତାଘାଟ ଜାମ୍ ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯାନବାହନ ଚଳାଚଳ ତଥା ପାଦରେ ଯାଉଥିବା ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବର୍ଷା କାରଣରୁ ସାମ୍ଭାବ୍ୟ ବିପଦକୁ ନଜରରେ ରଖି ଲୋକଙ୍କୁ ଟ୍ରାଫିକର ସଠିକ ନିୟମ ପାଳନ କରିବାକୁ କୁହାଯାଉଛି। ବିପଦପୂର୍ଣ୍ଣ ଘର ଭିତରେ ନରହିବା ସହ ଆବଶ୍ୟକ ନହେଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି। ବିଭାଗର କହିବାନୁଯାୟୀ, ବର୍ଷା କାରଣରୁ ରାସ୍ତାରେ ଜଳ ଜମିବା ସହ ଅନେକ ତଳିଆ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇ ରହିଛି।