ଭୁବନେଶ୍ୱରରେ ଚିନ୍ତା ବଢାଇଲାଣି ଡେଙ୍ଗୁ

ଭୁବନେଶ୍ୱର: ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ଭୟଙ୍କର । ଘରେ ଘରେ ରୋଗୀ । ରାଜ୍ୟରେ ବର୍ତମାନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୩ଶହ ଟପିଲାଣି । ପ୍ରତିଦିନ ପ୍ରାୟ ୫ଶହ ସାମ୍ପୁଲ ଟେଷ୍ଟ କରାଯାଉଥିବା ବେଳେ ସେଥିରେ ପ୍ରାୟ ୫୦ଜଣ ପଜିଟିଭ ଚିହ୍ୱଟ ହେଉଛନ୍ତି । ସେହିପରି ଶନିବାର ହସପିଟାଲରେ ୫୨ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଆଜି ଏହା ୫୬ରେ ପହଁଚିଛି ।