ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ପୁଣି କାୟା ମେଲାଇଲାଣି ଡେଙ୍ଗୁ । ଏହାରି ଭିତରେ ପୁଣି ଡେଙ୍ଗୁ ନେଇଛି ଜୀବନ। ରାଜଧାନୀ ଜାଗମରାସ୍ଥିତ ଧର୍ମବିହାର ଅଞ୍ଚଳର ୬୩ ନମ୍ବର ୱାର୍ଡର ଜଣେ ୭ ବର୍ଷର ବାଳକର ମୃତ୍ୟୁ ଘଟିଛି । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସାଇସ୍ମିତା ସାହୁ ଓରଫ୍ ପିହୁଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।