ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରସ୍ଥିତ କୃଷି ଶିକ୍ଷା ସଦନରେ ‘ଓୟୁଏଟି କୃଷକ ମେଳା– ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ‘ମହିଳା କୃଷି ଉଦ୍ୟୋଗୀ ଓ ବିକଶିତ କୃଷି’ ଶୀର୍ଷକ ଏହି ମେଳାର ଉଦ୍ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଏବଂ ଓୟୁଏଟିର ପ୍ରୋ-ଚାନ୍ସେଲର କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ଚାଷୀ କେବଳ ଚାଷୀ ନୁହେଁ, ଜଣେ ଜଣେ କୃଷି ଉଦ୍ୟୋଗୀ। କୃଷିର ରୂପାନ୍ତର ହୋଇ ସ୍ମାର୍ଟ କୃଷି ହୋଇଛି ଏବଂ ଏକକ କୃଷକରୁ କୃଷି ଉଦ୍ୟୋଗରେ ପରିଣତ ହୋଇପାରିଛି। ଆମ ରାଜ୍ୟ ଉତ୍ପାଦନରେ ଜାତୀୟ ହାରଠାରୁ ଆଗୁଆ ରହିଛି। ଏଥିପାଇଁ ଅନ୍ନଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ, ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ଯୋଜନା କରାଯାଇଛି। ବିଶେଷ କରି ମହିଳା ଚାଷୀମାନେ ମିଶ୍ରିତ ଚାଷକୁ ଆପଣେଇ ଲାଭାନ୍ୱିତ ହୁଅନ୍ତୁ ଏବଂ ବିକଶିତ ଓଡ଼ିଶା ଗଠନରେ ଅଗ୍ରଗଣ୍ୟ ହୁଅନ୍ତୁ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ କହିଥିଲେ ଯେ, ବିକଶିତ କୃଷି ହେଉଛି ବିକଶିତ ଭାରତର ଆଧାରଶିଳା। ଏଥିରେ ୫୦ ପ୍ରତିଶତ ଭାଗିଦାରୀ ମହିଳାଙ୍କର ରହିଛି। ଓୟୁଏଟି କୁଳପତି ଡ଼ଃ ପ୍ରଭାତ ରାଉଳ ଓୟୁଏଟିର କାର୍ଯ୍ୟପ୍ରଣାଳୀ ସଫଳତା ଉପରେ ଆଲୋକପାତ କରିଥିଲେ। ଡିନ୍ ଏକ୍ସଟେନସନ୍ ପ୍ରଫେସର ପ୍ରସନ୍ନଜିତ ମିଶ୍ର, ପ୍ରଫେସର ନିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ମେଳା ଅବସରରେ କୃଷି କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଓ କୃଷି ଉଦ୍ୟୋଗ ସ୍ଥାପନା କରିଥିବା ମହିଳା କୃଷକମାନଙ୍କୁ ସମ୍ମାନିତ କରାଯାଇଛି ଏବଂ ସୁରକ୍ଷା କିଟ୍ ପ୍ରଦାନ କରାଯାଇଛି। ସେହିପରି ଓୟୁଏଟିର ବିଭିନ୍ନ ଇଓଉଜଚ ପ୍ରକଳ୍ପମାନଙ୍କୁ ନାନା କ୍ଷେତ୍ରରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ କୃତିତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ କୃଷକହିତକାରୀ ତିନୋଟି ପୁସ୍ତକ ‘ଚାଷୀର ସଂସାର’, ‘ମକ୍ଟଜ୍ଞକ୍ଟ୍ରରଦ୍ଭୟସଙ୍କଜ୍ଞ କ୍ଟଦ୍ଭ ବଶକ୍ସସମଙ୍କକ୍ଷଗ୍ଧଙ୍କକ୍ସବକ୍ଷ ଗ୍ଧରମଷଦ୍ଭକ୍ଟକ୍ଷକ୍ଟଶସରଗ୍ଦ’, ‘ଉକ୍ଟଗ୍ଦଗ୍ଧ କ୍ଟଲ ମଙ୍କକ୍ଷଗ୍ଧସଙ୍ଖବଗ୍ଧସକ୍ଟଦ୍ଭ କ୍ଟଲ ସଜ୍ଞକ୍ଟ୍ରକ୍ଟକ୍ସଗ୍ଧବଦ୍ଭଗ୍ଧ ମକ୍ସକ୍ଟକ୍ଟ୍ରଗ୍ଦ’ ଏହି ଅବସରରେ ଅତିଥିଙ୍କ କରକମଳରେ ଉନ୍ମୋଚନ କରାଯାଇଛି।
ଏହି ମେଳାରେ ୧୫ରୁ ଅଧିକ କୃଷି ସମ୍ପର୍କିତ ଷ୍ଟଲ ରହିଥିବା ବେଳେ, ଚାଷୀମାନେ ନବୀନ କୃଷି ପ୍ରଯୁକ୍ତି, ଉଦ୍ଭାବନ ଓ ବିଭିନ୍ନ କୃଷି ସେବା ସମ୍ପର୍କରେ ଜାଣିପାରିବେ। ରାଜ୍ୟର ବିଭିନ୍ନ କୃଷି ମହାବିଦ୍ୟାଳୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି କୃଷକ ମେଳା କୃଷି ଉଦ୍ୟମୀତାକୁ ପ୍ରୋତ୍ସାହନ ଦେବା ସହିତ ମହିଳା କୃଷକମାନଙ୍କ ସଶକ୍ତିକରଣ ଓ ବିକଶିତ କୃଷି ପ୍ରଚାରରେ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ପ୍ରମାଣିତ ହେବଫ