ପୁରୀ,(ଏସ୍ ନ୍ୟୁଜ୍) : ଫେବ୍ରୁଆରୀ ୧ରୁ ଖୋଲିବ ପୁରୀ ଶ୍ରୀମନ୍ଦିର । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ଫେବ୍ରୁଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ସମସ୍ତ ସେବାୟତଙ୍କୁ ବୁଷ୍ଟର ଡୋଜ ଦେବା ନେଇ ଉଦ୍ୟମ ଜାରି ରହିଛି ।
ସେହିପରି ୨୫୦ରୁ ଅଧିକ ସେବାୟତଙ୍କୁ ବୁଷ୍ଟର ଡୋଜ ଦିଆସରିଲାଣି । କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବା ସହ ପୂର୍ବ ଭଳି ରବିବାର ମନ୍ଦିର ବନ୍ଦ ରହିବା ନେଇ ସେ ଜଣାଇଛନ୍ତି ।