ମହିଳା ଫରେଷ୍ଟରଙ୍କୁ ନିର୍ଯାତନା! ଡିଏଫଓ ଓ ରେଞ୍ଜରଙ୍କ ବିରୋଧରେ ଅଭିଯୋଗ

ଖୋର୍ଦ୍ଧା, (ଏସ୍‌ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ବନପାଳ ତାଙ୍କ ଉପରିସ୍ଥ ଦୁଇ ଜଣ ଅଧିକାରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି । ସେ ପୁଣି ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ଦାୟିତ୍ୱରେ ଅଛନ୍ତି । ଅନ୍ୟ ଜଣେ ଲମ୍ପଟ ଲାଞ୍ଚୁଆ ରେଞ୍ଜର ବା ବନାଞ୍ଚଳ ଅଧିକାରୀ । ଏହାର ପ୍ରମାଣ ଲାଗିଛି ନ୍ୟୁଜ୍‌ ସେଭେନ୍‌ ହାତରେ । ମହିଳା ଫରେଷ୍ଟର ଜଣଙ୍କ ଚିଲିକା ନୂଆପଡା ସେକ୍ସନର ନର୍ସରୀ ଦାୟିତ୍ୱରେ ଥିବାବେଳେ ଗତ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ମୋଟ୍‌ ୪ ଲକ୍ଷ ୯୦ ହଜାର ସରକାରୀ ଅର୍ଥ ଆସିଥିଲା । ନର୍ସରୀରେ ଜଳସେଚନ ଓ ପଲିଥିନ ଫିଲିଂ ପାଇଁ । ସେଥିରୁ ଚିଲିକା ବନ୍ୟପ୍ରାଣୀ ଡିଏଫଓ ଦାୟିତ୍ୱରେ ଥିବା ଶରତ ଚନ୍ଦ୍ର ମିଶ୍ର ୧ ଲକ୍ଷ ୫୦ ହଜାର ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ସରକାରୀ ଅର୍ଥର ୩୦% ଖର୍ଚ୍ଚ କରି ବାକି ଟଙ୍କାର ଜାଲ ଭାଉଚର କରିବା ନେଇ ବନପାଳ ଶୁଭସ୍ମିତା ଦାଶଙ୍କୁ ପ୍ରବର୍ତ୍ତାଉଥିଲେ । ବନପାଳ ରାଜି ନହେବାରୁ ତାଙ୍କୁ ଗାଳି ଗୁଲଜ ଦେଉଥିଲେ । ଚିଲିକା ଡିଏଫଓ ଦାୟିତ୍ୱରେ ଥିବା ଶରତ ମିଶ୍ର ନୂଆପଡା ନର୍ସରୀର ଗାର୍ଡ ଅନୀଲ ସାହୁ ଓ ବାଲୁଗାଁ ରେଞ୍ଜର ପ୍ରମୋଦ କୁମାର ପଣ୍ଡା ସରକାରୀ ଅର୍ଥ ହରିଲୁଟ କରିବା ନେଇ ମାଧ୍ୟମ ସାଜିଥିଲେ । ନର୍ସରୀରେ ମୁଲିଆ କାମ ନକରି ତାଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ଟଙ୍କା ଯାଏ । ତା ପରେ ସେମାନଙ୍କୁ ମାତ୍ର ୨୦୦ ଟଙ୍କା ଦେଇ ବାକି ଟଙ୍କା ଫରେଷ୍ଟ ଗାର୍ଡ ଅନୀଲ ସାହୁ କଲେକସନ୍‌ କରି ବାଲୁଗାଁ ରେଞ୍ଜର ଓ ଚିଲିକା ଊୠଙଙ୍କୁ ଦିଅନ୍ତି । ଫରେଷ୍ଟର ଏହାର ବିରୋଧ କରିବାରୁ ତାଙ୍କୁ ଡିଏଫଓ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଫରେଷ୍ଟର ଜଉଉୠଙ୍କୁ ଲିଖିତ ଅଭିଯୋଗ କରିଥିଲେ ।