ନୂତନ ଫରେନସିକ୍‌ ଲ୍ୟାବର ଗୃହ କାର୍ଯ୍ୟକ୍ଷମ, ଲୋକର୍ପିତ କଲେ ପୋଲିସ ଡିଜି

ଭୁବନେଶ୍ୱର, (ଏସ୍‌ ନ୍ୟୁଜ): ରାଜ୍ୟ ଫରେନସିକ୍‌ ଲ୍ୟାବ୍‌ର ନୂତନ ଗୃହକୁ ଉଦଘାଟନ କରିଛନ୍ତି ପୋଲିସ ଡିଜି ଅଭୟ । ଏହି ଫୋରେନସିକ୍‌ ଲ୍ୟାବ୍‌ରେ ଉନ୍ନତମାନର ଯନ୍ତ୍ରପାତି ସହ ଅତ୍ୟାଧୁନିକ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂର୍ବରୁ କୌଣସି ଅପରାଧିକ ମାମଲାରେ ରକ୍ତ ନମୁନା ଓ ଭିସେରା ପରୀକ୍ଷା ପାଇଁ ରାଜ୍ୟ ବାହାରକୁ ପଠାଯାଉଥିଲା । ଯାହାକି ଅଧିକ ସମୟ ସାପେକ୍ଷ ଥିଲା । ଏବେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ତଦନ୍ତରେ ମଧ୍ୟ ଅଗ୍ରଗତି ହୋଇପାରିବ ।