ଭୁବନେଶ୍ୱର: ବାଜିଲା ଉପନିର୍ବାଚନ ବିଗୁଲ । ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବା ନେଇ କୁହାଯାଇଛି । ଅକ୍ଟୋବର ୭ ତାରିଖରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ ସୁଦ୍ଧା ଶେଷ ହେବ ପ୍ରାର୍ଥିପତ୍ର ଦାଖଲ । ତାହା ସହ ଅକ୍ଟୋବର ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ବୋଲି କୁହାଯାଇଛି । ନଭେମ୍ବର ୭ ତାରିଖରେ ଭୋଟ୍ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ