ଢେଙ୍କାନାଳ, (ଏସ୍ ନ୍ୟୁଜ): ଛୁଟିରେ ଆସି ସ୍ତ୍ରୀକୁ ବାଡେଇ ବାଡେଇ ହତ୍ୟା କରିଛନ୍ତି ଆର୍ମି ସ୍ୱାମୀ । ହତ୍ୟା କରିବା ପରେ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି ହତ୍ୟାକାରୀ ସ୍ୱାମୀ । ଏହି ଚର୍ଚ୍ଚିତ ଘଟଣା ଘଟିଛି ଢେଙ୍କାନାଳ ବାଜିଚୌକିରେ । ସ୍ଥଳସେନାରେ କାମ କରୁଥିବା ସତ୍ୟଜିତ ମହାଳିକ ଛୁଟି ନେଇ ଗାଁକୁ ଆସିଥିଲେ । କୌଣସି କାରଣକୁ ନେଇ ସ୍ତ୍ରୀଙ୍କୁ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।