ଜଳେଶ୍ୱର,(ଅଦ୍ୱୈତ ଭାରତ): ବୁଧବାର ସକାଳ ୯ ଘଟିକା ସମୟରେ ପବିତ୍ର ହୋଲି ଅବସରରେ ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ନନ୍ଦିକା ଜଳେଶ୍ଵର ଠାରେ ରଙ୍ଗର ଉତ୍ସବ ହୋଲିପର୍ବ ମହା ସମାରୋହରେ ପାଳିତ ହୋଇଯାଇଅଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କମଳ ଚକ୍ରବର୍ତ୍ତୀ ପୌରହିତ୍ୟ କରିଥିଲା ବେଳେ ଅନୁଷ୍ଠାନର ବରିଷ୍ଠ ପରାମର୍ଶଦାତା ଦିଲ୍ଲୀପ କୁମାର ଗିରି, କୋଷାଧ୍ୟକ୍ଷ ସମରେଶ ଦିନ୍ଦା, ସଦସ୍ୟ ଅଶୋକ ଦାସ, ପ୍ରଧାନ ଶିକ୍ଷକ ଆଇଜାକ ପରିଡ଼ା, ଜଳେଶ୍ଵର ବିକାଶ ପରିଷଦର ସମ୍ପାଦକ ମନୋରଞ୍ଜନ ଦାସ, କାଶିଡିହା ଉ:ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର କର, ଜଳେଶ୍ଵର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସବିତା ପାଠୀ, ଜଳେଶ୍ଵର ଟାଉନ କଂଗ୍ରେସ ସଭାପତି ଜଗଦୀଶ ନନ୍ଦୀ, ଇତିଶ୍ରୀ ଦତ୍ତ, ବିଜେପି ନଗର ସଭାପତି ତଥା କାଉନସିଲର ଶିବ ନାରାୟଣ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଫାଲଗୁନୀ ପାଣିଗ୍ରାହୀ, ସମର କରଣ, ବିଶ୍ୱଭୂଷଣ ଦାସ, ଦେବଯାନୀ ଅଣ୍ଡିଆ, ଅବସରପ୍ରାପ୍ତ ଅଧ୍ୟାପିକା ଇନ୍ଦୁମତୀ ଗିରି, ଅନନ୍ତ ଦାସ, ସତ୍ୟନାରାୟଣ କର, ବଲ୍ଲଭ ଘୋଷ, ମାନସ ଦାସ, ସୁମତୀ ରଣା, ମଞୁଳିକା ଘୋଷ, ମୁକ୍ତାରାଣୀ ପାଳ, ନମିତା ଦାସ ପ୍ରମୁଖ ଉପସ୍ଥିତ ରହି ଅନ୍ତେବାସୀ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ସହିତ ହୋଲି ଖେଳି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଗନ୍ତୁକ ଅତିଥି ମାନଙ୍କ ଦ୍ଵାରା ସମସ୍ତ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା।ଏ ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ତତ୍ତ୍ୱାବଧାରକ ଆଶିଷ କୁମାର ମହାପାତ୍ର, ସହାୟକ ଯଦୁନାଥ ନାୟକ, ନନ୍ଦନ ଦେ, ଗୌରୀ ଶଙ୍କର ପ୍ରଧାନ, ଅରୁଣ ଦେ, ସହାୟିକା ଚୀନାରାଣୀ ଦେ, ଧରିତ୍ରୀ ପରିଡ଼ା, ମାମୁନି ଦେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ବରିଷ୍ଠ ହିସାବ ରକ୍ଷକ ଅଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।