ଟି-୨୦ ବିଶ୍ୱକପକୁ ଫେରିବେ ଦିନେଶ କାର୍ତ୍ତିକ

ନୂଆଦିଲ୍ଲୀ : ଟି-ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଦିନେଶ କାର୍ତ୍ତିକଙ୍କ ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ କରିଛି କମିଟି । ତେବେ ଆଇପିଏଲର ଏଲିମିନେଟର ରାଉଣ୍ଡରୁ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିଦା ହେବା ପରେ ଏହି ଲିଗରୁ ଅବସର ନେଇଛନ୍ତି ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକ ।

ଆଇପିଏଲରୁ ଅବସର ପରେ ଏବେ ଏକ ଅନ୍ୟ ଭୂମିକାରେ ଆଇସିସି ବିଶ୍ୱକପ ପାଇଁ କାର୍ତ୍ତିକଙ୍କୁ ସୁଯୋଗ ଦେଇଛି । ଟି-୨୦ ବିଶ୍ୱକପ ପାଇଁ କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି ଆଇସିସି । ଏହି ଦଳରେ ଭାରତର ଭେଟେରାନ୍ ୱିକେଟ କିପର ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଆଇସିସି ସାମିଲ କରିଛି । ଆଇପିଏଲରୁ ଅବସର ପରେ ବିଶ୍ୱକପରେ ଦିନେଶ କାର୍ତ୍ତିକ ଜଣେ କମେଣ୍ଟ୍ରେଟରର ଭୂମିକାରେ ନଜର ଆସିବେ ।