ବିଶ୍ୱାସ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳ ବଣ୍ଟନ

କଟକ : ଓଡ଼ିଆ ନବବର୍ଷ ମହାବିଷୁବ ସଂକ୍ରାତି ତଥା ହନୁମାନ ଜୟନ୍ତୀ ଅବସରରେ ବିଶ୍ୱାସର ସଦସ୍ୟ ମାନେ ଦହି ସର୍ବତ ଓ ପାନୀୟ ଜଳ ବଣ୍ଟନ କରିଥିଲେ । ସହରରେ ୮ଟି ଜାଗାରେ ତଥା ଝାଞ୍ଜିରି ମଙ୍ଗଳା ଦାଣ୍ଡ, ଶଙ୍କରପୁର ଦୁର୍ଗାଘର, ତ୍ରିନାଥ ବଜାର ଗଣେଶ ମନ୍ଦିର, ହରିପୁର ଶିବ ବଜାର, ହାଇକୋର୍ଟ ଭେଲବ୍ୟୁ ଛକ, ଖାନନଗର ଟ୍ରାଫିକ ଛକ, ବୈଷ୍ଣବପାଣି ପାର୍କ, ବଦାମ ବାଡ଼ି ଓ ବିଭିନ୍ନ ସ୍ଥାନରେ ଜଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।

ଏହି କାର୍ଯ୍ୟକୁ ପ୍ରମୋଦ ନନ୍ଦ. ସରୋଜ ଜେନା, କୁନା ରାଉଳ, ସୁବ୍ରତ ଦାସ, ସୁରେଶ ମଲ୍ଲିକ, ପ୍ରିୟରଞ୍ଜନ ପରିଜା, ମହେନ୍ଦ୍ର ଓଝା, ଭବାନୀ ଶଙ୍କର, ସାଜନ ବିଶ୍ୱାଳ, ସୋମନାଥ ନାୟକ, ଶରତ ସାହୁ ଓ ଅଶୋକ ଓଝାଙ୍କ ଦ୍ୱାରା କରାଯାଇଥିଲା । ସବୁ ଜାଗାକୁ ଅନୁଷ୍ଠାନର ସଭାପତି ଅନିରୁଦ୍ଧ ଧଳ ତଦାରଖ କରିଥିଲେ । ଜନସାଧାରଣଙ୍କ ସ୍ନେହ, ଶ୍ରଦ୍ଧା, ସହଯୋଗ ତଥା ଆଶୀର୍ବାଦ ରହିଲେ ଆଗକୁ ଯୋଜନା କରାଯାଇଥିବା ଅନେକ ଜନମଙ୍ଗଲ କାର୍ଯ୍ୟକ୍ରମ ବିଶ୍ୱାସ ସୁଚାରୁରୂପେ କରିପାରିବ ବୋଲି ବିଶ୍ୱାସର ବିଶ୍ୱାସ ଅଛି ।