ଭୁବନେଶ୍ୱର: ରବିବାର ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ସ୍ଥାନୀୟ ଲୋକସେବା ଭବନ କନଭେନଶନ ସେଂଟରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଛି।
ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ। ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତଙ୍କୁ ଶପଥ ନେବାକୁ କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ସନ୍ଦେଶ ପ୍ରତିଟି ଘରେ ପହଂଚିବା ଦରକାର। ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଂଚାଇବାର ଶିକ୍ଷା ଦେବାକୁ ପଡିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ। ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଂଚୟ କରି ମାଟିକୁ ସଜଳ ରଖିବାର ସନ୍ଦେଶ ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବାର ସଂକଳ୍ପ ନେବାକୁ କହିଥିଲେ। ଜଳ ଶକ୍ତି ଅଭିଯାନ ମାଧ୍ୟମରେ ଜଳ ସଂରକ୍ଷଣକୁ ଏକ ଜାତୀୟ ପ୍ରାଥମିକତା ଭାବେ ଗ୍ରହଣ କରିବା ଏବଂ ଉବଗ୍ଧମଷ ଗ୍ଧଷର ଜବସଦ୍ଭ ମାଧ୍ୟମରେ ମହିଳାମାନଙ୍କୁ ଜଳ ଗୁଣବତା ପରୀକ୍ଷା ଏବଂ ପରିଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଏହା ଫଳରେ ଜଳ ସେବା କ୍ଷେତ୍ରରେ ଆମେ କୌଣସି ବି ବର୍ଗଙ୍କୁ ପଛରେ ପକାଇବୁ ନାହିଁ ଏବଂ ସମସ୍ତଙ୍କ ପାଇଁ ସୁଲଭ ଜଳ ଉପଲବ୍ଧ ହେବ।
ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ। ଏଥିପାଇଁ ମହିଳା ଏବଂ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି। ସେଥିପାଇଁ ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’ (ଡବଗ୍ଧରକ୍ସ ବଦ୍ଭୟ ଏରଦ୍ଭୟରକ୍ସ) କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।
ରାଜ୍ୟରେ ବିଭିନ୍ନ ଜଳଭିତିକ ଯୋଜନା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ଅଭାବ ଗରିବ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରେ। ତେଣୁ ସମାଜରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ଜଳ ପହଂଚାଇବା ଆମ ଅନ୍ତ୍ୟୋଦୟ ନୀତିର ଅଂଶ ବିଶେଷ। ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଂଚ ଗାଁ ଏବଂ ପଛୁଆ ଅଂଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି। କୃଷିକ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ଆମେ ପ୍ରୋତ୍ସହିତ କରୁଛୁ । ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କରିବାରେ ଦେଶରେ ଓଡିଶା ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ଅଧିକାର କରିଛି। ଆଗାମୀ ଦିନରେ ଜଳକୁ ନେଇ ଯେପରି କୌଣସି ବିବାଦ ନ ହୁଏ, ସେଥିପାଇଁ ମଧ୍ୟ ଆମ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି।
ଆଗାମୀ ଦିନମାନଙ୍କରେ ଓଡିଶାର ଜଳ ସେଚନ ସୁବିଧା ପାଇଁ ଶସ୍ୟର ସାନ୍ଦ୍ରତା ବା ଉକ୍ସକ୍ଟକ୍ଟ୍ର ଓଦ୍ଭଗ୍ଧରଦ୍ଭଗ୍ଦସଗ୍ଧଚ୍ଚ କୁ ୨୦୩୬ ସୁଦ୍ଧା ୨୨୦ ପ୍ରତିଶତ ଏବଂ ୨୦୪୭ ସୁଦ୍ଧା ୨୫୦ ପ୍ରତିଶତକୁ ବୃଦ୍ଧି କରିବା ହେଉଛି, ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାଛଡା ଭୂତଳ ଜଳ ପୁନର୍ଭରଣ ପାଇଁ ଛାତ ଯୋଜନା ଏବଂ ଅରୁଆ ଯୋଜନା ଅଧିନରେ ଅନେକ (ପୃଷ୍ଠା-୪ ଦେଖନ୍ତୁ)