ଜୀବନ ନେଇଗଲା ଯୌତୁକ

ଯୌତୁକ ନିର୍ଯାତନାର ଏକ ଦୁଷ୍କର୍ମ ଦୃଶ୍ୟ ସାମ୍ନାକୁ ଆସିଛି । ଯୌତୁକ ଦେବା ଓ ଗ୍ରହଣ କରିବା ଏକ ଅପରାଧ ଜାଣି ବି କିଛି ଲୋକ ଏହି ଭୁଲ କରି ବସନ୍ତି ।

ଜଣେ ନବ ବଧୂ ଦେଢ଼ ବର୍ଷ ହବ ବିବାହ କରିଥିଲେ ଯାହାଙ୍କୁ ତାଙ୍କ ସ୍ୱାମୀ ସହିତ ତାଙ୍କ ଶାଶୁ ଘର ଲୋକ ହତ୍ୟା କରିଥିବାର ଖବର ମିଳିଛି । ଥରେ ଯୌତୁକ ପାଇ ମଧ୍ୟ ଆହୁରି ପାଇବା ପାଇଁ ଆଶା କରିଥିଲେ ନବ ବଧୂଙ୍କ ଶାଶୁ ଘର ଲୋକ, ଯେଉଁଥିରେ ଚାଲିଗଲା ନବ ବଧୂଙ୍କ ଜୀବନ ।

ବିବାହ ସମୟରେ କଥା ଅନୁସାରେ ୫ ଲକ୍ଷ ଟଙ୍କା ଯୌତୁକ ଭାବରେ ଦେଇ ମଧ୍ୟ ତାଙ୍କ ଶାଶୁ ଘର ଲୋକ ହଇରାଣ କରିଥିଲେ ନବ ବଧୂଙ୍କୁ । ଆହୁରି ଟଙ୍କା ଦେବା ପାଇଁ ସକ୍ଷମ ନ ହେବାରୁ ଅଭିଯୁକ୍ତଙ୍କୁ ମିଳିତ ଭାବେ ହତ୍ୟା କରିଥିଲେ ତାଙ୍କ ଶାଶୁ ଘର ଲୋକ । ପୋଲିସ ଘଟଣା ସ୍ଥଳରେ ପହଂଚି ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା ।