ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଫେଲୋସିପ ଘୋଷଣା ହୋଇଛି। ୩ ବିଶିଷ୍ଟ ସାହିତ୍ୟିକ ଏହି ଫେଲୋସିପ ପାଇବେ। ଏକାଡେମୀର ସାଧାରଣ ପରିଷଦ ବୈଠକ ନିଷ୍ପତି କ୍ରମେ ପ୍ରଖ୍ୟାତ ଓଡ଼ିଆ ଲେଖିକା ଡ. ପ୍ରତିଭା ରାୟ, ସିନ୍ଧି ସାହିତ୍ୟିକ ଲକ୍ଷ୍ମୀ ଖିଲାନି ଏବଂ ଉର୍ଦ୍ଦୁ ଲେଖକ ଅବଦୁସ ସମାଦଙ୍କୁ ଫେଲୋସିପ ପ୍ରଦାନ ଲାଗି ଏକାଡେମୀ ପକ୍ଷରୁ ନାମ ଘୋଷଣା ହୋଇଛି।
ଏକାଡେମୀ ଫେଲୋସିପ ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ଯ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି। ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପ ପ୍ରଦାନ କରାଯିବ। ଏ ନେଇ ପରବର୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।