ପଦ୍ମପୁର ଉପଖଣ୍ଡରେ ମରୁଡି ଆଶଙ୍କା

ପଦ୍ମପୁର: ଆଶାଢ ଶ୍ରାବଣ ଦୁଇଟି ନାଁ ରେ ଜୀବନ୍ତ ହୋଇ ଉଠେ ଚାଷୀ କୂଳର ସବୁ ଆଶା ଆକାଂକ୍ଷା । ବିଲରେ ଲହରି ମାରେ ସବୁଜ ଧାନ ର ଅମ୍ବାର । ହେଲେ ଏବର୍ଷ କିନ୍ତୁ ସ୍ଥିତି ପୁରା ବିପରିତ ଶ୍ରାବଣ ଯାଇ ଭାଦ୍ରବ ଆସିବା ଉପରେ ହେଲେ ବର୍ଷା ଅଭାବରୁ ଧାନ ବିଲ ଫାଟି ଆଁ କଲାଣି ଆସନ୍ନ ମରୁଡି ଚିନ୍ତା ରେ ବର୍ତ୍ତମାନ ପଦ୍ମପୁର ଅଞ୍ଚଳ ର ଚାଷୀ । ପ୍ରାୟତଃ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ବେଳକୁ ଧାନ ବିଲରେ ଧାନ ଗଛ ରେ ଫଳ ଧରିବା ସହ କ୍ଷୀର ଖାଇବା ଆରମ୍ଭ କରି ଦିଏ । ଏବଂ ପ୍ରତିବର୍ଷ ନିଜର ଏହି ନୁଆଁ ଫସଲ କୁ ନେଇ ପଶ୍ଚିମ ଓଡିଶା ର ଚାଷି ନିଜର ସର୍ବ ବୃହତ ପର୍ବ ନୁଆଁଖାଇ ପାଳନ କରିଥାନ୍ତି । ନିଜ ବିଲର ଧାନ ଆଣି ନିଜ ଇଷ୍ଟ ଦେବା ଦେବୀ ଙ୍କୁ ଅର୍ପଣ କରି ନୁଆଁ ଖାଇଥାନ୍ତି । ହେଲେ ଏ ବର୍ଷ ର ସ୍ଥିତି ଟିକେ ଅଲଗା । ଓଡିଶାର ଭାତ ହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲା ର ଏକ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ହେଉଛି ପଦ୍ମପୁର ଉପଖଣ୍ଡ । ଏହାର ଭୌଗୋଳିକ ସ୍ଥିତି ଯୋଗୁଁ ପ୍ରାୟତଃ ଏହି ଅଞ୍ଚଳର ଚାଷୀ ଙ୍କୁ ମରୁଡି ର ମୁହଁ ଦେଖିବା କୁ ପଡିଥାଏ । ତା ସତ୍ୱେ ମଧ୍ୟ ହାର ନମାନି ନିଜର ପରିଶ୍ରମ ଫଳ ରେ ଗତ ଦୁଇ ବର୍ଷ ହେଲା ଭଲ ଫସଲ ଅମଳ କରୁ ଥିଲେ ଚାଷୀ ।

ହେଲେ ଏ ବର୍ଷ ମୁଳ ରୁ କମ ବର୍ଷା ଯୋଗୁଁ କିନ୍ତୁ ଗଛ ଲଗା ସମ୍ପୁର୍ଣ୍ଣ ହେବା ଆଗରୁ ହିଁ ଧାନ ବିଲ ସୁଖି ଯାଇ ମାଟି ଫାଟି ଆଁ କଲାଣି । ବର୍ତ୍ତମାନ ଆସନ୍ନ ମରୁଡି ଆଶଙ୍କାରେ ମୁଣ୍ଡ ରେ ହାତ ଦେଇ ନିରାଶ ହୋଇ ବସିଲେଣି ଚାଷୀ ।କେଉଁଠି ବିଲ ରେ ଧାନ ଗଛ ଲଗା ହେଇଛି ପାଣି ନାହିଁ ତ ଆଉ କେଉଁଠି ଅଧା ରେ ପଡି ରହିଥିବା ଧାନ ଚାରା ସବୁ ଶୁଖି ନଡା ହୋଇ ସାରିଛି । ଏମିତି କି ପାଣି ଅଭାବ ଯୋଗୁଁ ଲାଗିଥିବା ଧାନ ଗଛକୁ ବି ବଞ୍ଚାଇବା ପାଇଁ ବାଟ ପାଉ ନାହାନ୍ତି ଚାଷୀ ।

ଚଳିତ ବର୍ଷ କମ ବର୍ଷା ଯୋଗୁଁ କେବଳ ଯେ ପଦ୍ମପୁର ର ଗୋଟିଏ ରାଜ ବୋଡାସମ୍ବର ବ୍ଲକ ନୁହଁ ବରଂ ପାଇକମାଲ, ଝାରବନ୍ଧ,ଗାଇସିଲେଟ ସମସ୍ତ ଅଞ୍ଚଳ ରେ ସମାନ ଦୃଶ୍ୟ । ଏପରି ଅବସ୍ଥା ରେ ଶେଷରେ ସହାୟତା ପାଇଁ ସରକାର ଙ୍କୁ ଚାଷୀ ଗୁହାରୀ ହୋଇଥିବା ବେଳେ, ପଦ୍ମପୁର କୃଷି ବିଭାଗ ଅଧିକାରୀ କିନ୍ତୁ କହିଛନ୍ତି ଯଦି ଆସନ୍ତା ଗୋଟିଏ ସପ୍ତାହ ଭିତରେ ଭଲ ବର୍ଷା ହୁଏ କିଛି କାଂଶରେ ଫସଲ ବଂଚା ଯାଇ ପାରିବ ନଚେତ ବିନା ଇରିଗେସନ ଥିବା ଅଞ୍ଚଳ ରେ ମରୁଡି ସ୍ଥିତି ଦେଖା ଦେବା ସ୍ୱଭାବିକ ।