ଭୁବନେଶ୍ବର (ଏସ୍ ନ୍ଯୁଜ ): ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡ ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଶରୀର ବିଷୟରେ ଅଧିକ ତଥ୍ୟ ପାଇବାକୁ ପୋଖରୀକୁ ଶୁଖାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଏସଆଇଟି ସୂତ୍ରରୁ ଜଣାପଡ଼ିଛି ।
ତେବେ ପରୀର ମୃତଦେହ ଏକ ପୋଖରୀ ହୁଡ଼ାରୁ ମିଳିଥିଲା । ଫଳରେ ଧରାପଡ଼ିଥିବା ଅଭିଯୁକ୍ତକୁ ନେଇ ହତ୍ୟାର ସିନ୍ ରିକ୍ରିଏସନ କରାଯିବ ବା ସେଠାରେ କିଭଳି ପୁରୀର ମୃତ୍ୟୁ ହୋଇଥିଲା, ଅଭିଯୁକ୍ତ ଡେମୋ ଦେଖାଇବ। ଏଥିପାଇଁ ଉକ୍ତ ପୋଖରୀକୁ ଶୁଷ୍କ କରାଯିବାର ବନ୍ଦୋବସ୍ତ କରାଯାଉଛି । ସଦର ଥାନା ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ନାବାଳକ ଅଭିଯୁକ୍ତକୁ ଆଜି ପୋକ୍ସେ କୋର୍ଟରେ ହାଜର କରାଯିବ । ଏଥିସହ ଅଭିଯୁକ୍ତର ମା’ଙ୍କୁ ଏସଆଇଟିମ୍ ପଚରାଉଚରା ଜାରି ରଖିଛି । ସୁରକ୍ଷା ଦୃଷ୍ଟିରୁ ଯଦୁପୁର ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।