ସିଲିଭର ସିଟିରେ ଇ-ଟଏଲେଟ୍‌ ଆରମ୍ଭ ହେଲା

କଟକ,(ସାକ୍‌ସୀ ନ୍ୟୁଜ୍‌): ସିଲିଭର ସିଟିରେ ପ୍ରଥମଥର ଲାଗି ଆରମ୍ଭ ହୋଇଛି ଇ-ଟଏଲେଟ୍‌ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ଏହି ସେଣ୍ଟରର ଉଦଘାଟନ କରାଯାଇଛି । କଟକରେ ଦୁଇଟି ସ୍ଥାନରେ ଏହି ଇ-ଟଇଲେଟର ସୁବିଧା ମିଳିବ । ୧ ଟଙ୍କାରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହାର ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ପରିଚାଳନା କରିବେ । ବାହାରୁ ଆସୁଥିବା ଲୋକେ ଅନେକ ସମୟରେ ଟଏଲେଟ୍‌ ଲାଗି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସିଏମସି ପକ୍ଷରୁ ସହରରେ ୨ଟି ସ୍ଥାନରେ ଏହାକୁ ଆରମ୍ଭ କରାଯାଇଛି । ଆଗକୁ ସହରର ଅନ୍ୟ ସ୍ଥାନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ଯୋଜନା ରହିଛି ।