ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ବିଳମ୍ବିତ ରାତି ପ୍ରାୟ ୧ଟା ୪୬ ମିନିଟରେ ଏହି ଭୂକମ୍ପ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ର ଭୂମି ଠାରୁ ୨୬୭ କିମି ଗଭୀର ବୋଲି ଏନସିଏସ ପକ୍ଷରୁ ସୂଚନା ମିଳିଛି। ତେବେ ଏଥିରେ କୌଣସି ଧନଜୀବନ ହାନୀ ହୋଇ ନାହିଁ ବୋଲି ଜଣାପଡିଛି।