ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍ ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । ତେବେ ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । କର୍ମଚାରୀ ଛୁଟି ଚାହିଁଲେ ସଂସ୍ଥା ସେମାନଙ୍କୁ ଛୁଟି ଦେବାକୁ ବାଧ୍ୟ । ନଚେତ୍ ଏହା ଆଇନ ଅନୁଯାୟୀ ଅପରାଧ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି ।
ଯେଉଁ ଅଞ୍ଚଳରେ ଯେଉଁଦିନ ଭୋଟ ଥିବ ସେହି ଅଞ୍ଚଳର କର୍ମଚାରୀ ସେହିଦିନ ଛୁଟି ନେଇପାରିବେ । ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଛୁଟି ନେଇପାରିବେ। ଯଦି କର୍ମଚାରୀମାନେ ଆବେଦନ ପରେ ମଧ୍ୟ ଛୁଟି ନଦିଆଯାଏ ତେବେ ଏହାକୁ ଅପରାଧ ବୋଲି ଧରାଯିବ ।
୫ଟି ପର୍ଯ୍ୟାୟରେ ଅର୍ଥାତ ୧୬, ୧୮, ୨୦, ୨୨ ଓ ୨୪ରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ କର୍ମଚାରୀଙ୍କୁ ଛୁଟି ଦେବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ରାଜ୍ୟ ଶ୍ରମ ବିଭାଗ । ସେପଟେ ଏନେଇ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।