ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜ୍ୟରେ ଥିବା ଇପିଏଫ ପେନସନଧାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଚିଠି ଲେଖିଛନ୍ତି ।
ତେବେ ରାଜ୍ୟରେ ମୋଟ ୧.୬୨ ଲକ୍ଷ ଇପିଏଫ ପେନସନଧାରୀ ଅଛନ୍ତି । ଆଉ ସେହି ପେନସନ ସମ୍ପର୍କିତ ଅନେକ ସମସ୍ୟା କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି । ଫଳରେ ଏହି କର୍ମଚାରୀମାନେ ଅବସରରେ ସୀମିତ ଅର୍ଥ ଯୋଗୁଁ କଠିନ ପରିସ୍ଥିର ସାମ୍ନା କରୁଥିବା ନଜରକୁ ଆସିଛି । ଏହି କର୍ମଚାରୀମାନେ ଦେଶ ପାଇଁ ସେମାନଙ୍କର ମୂଲ୍ୟବାନ ସମୟ ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀ ହୃଦବୋଧ ହୋଇଛି । ଫଳରେ ସେମାନଙ୍କ ସକାଶେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ଫଳରେ ଲକ୍ଷାଧିକ ପେନସନଧାରୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।