ମାଟ୍ରିକ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ଵର: ଆଜି ମାଟ୍ରିକ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ବିଜ୍ଞାନ C- ସେଟ୍‌ରେ ୪ ମାର୍କ କମ୍‌ ଥିବା ସୂଚନା ଦେଇଛନ୍ତି ପରୀକ୍ଷାର୍ଥୀ । ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିଥିବା ସ୍ବୀକାର କରିଛନ୍ତି ବୋର୍ଡ ସଭାପତି । ଯେପରି ପରୀକ୍ଷାର୍ଥୀଙ୍କର କ୍ଷତି ନ ହେବ ବିଚାର କରୁଛୁ ବୋଲି କହିଛନ୍ତି ବୋର୍ଡ ସଭାପତି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ ବୋଲି ବୋର୍ଡ ସଭାପତି କହିଛନ୍ତି ।


 

01:22 AM