ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି । ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ସେ ଆହୁରୀ କହିଛନ୍ତି ଯେ, ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଯେଉଁମାନେ ଟୀକା ନେଇନାହାନ୍ତି, ଟୀକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ ।