ବର୍ଷା-ଅନୁଭବଙ୍କ ବିବାଦ: ଆଜି ଶୁଣାଣି ହୋଇପାରେ

କଟକ, (ଏସ୍‌ ନ୍ୟୁଜ): ଅନୁଭବଙ୍କ ଛାଡପତ୍ର ଆବେଦନ ତେଣେ ନିଜ ବିବାହକୁ ସ୍ଥାୟୀ କରାଇବାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଯେଉଁ ପୃଥକ୍‌ ପୃଥକ୍‌ ଆବେଦନ ମାନ କରିଛନ୍ତି ତା ଉପରେ ଆଜି ଶୁଣାଣି ହେବାର ଅଛି । ତେବେ ବିଷୟ ହେଉଛି ଏହି ଚର୍ଚ୍ଚିତ ଦମ୍ପତି ଅଦାଲତରେ ହାଜର ହେବେ କି ନାହିଁ । ଯେହେତୁ ସାଂସଦ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି, ତେଣୁ ଫ୍ୟାମିଲି କୋର୍ଟରେ ଥିବା ମାମଲାର ଭବିଷ୍ୟତ ତାଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ । ଏହା ପୂର୍ବରୁ ଅନୁଭବ ଏକାଧିକ ବାର୍‌ କୋର୍ଟରେ ହାଜର ହୋଇସାରିଛନ୍ତି । କିନ୍ତୁ ସେହି ତୁଳନାରେ ବର୍ଷାଙ୍କ ଅଦାଲତରେ ହାଜର ହୋଇନାହାନ୍ତି । ପୂର୍ବରୁ ହୋଇଥିବା କନ୍ସିଲେସନ ପ୍ରକ୍ରିୟା ସେତେଟା ପ୍ରଭାବି ହୋଇପାରିନାହିଁ । ତେଣୁ ମାମଲାର ଶୀଘ୍ର ଶୁଣାଣି କରାଯାଇ ନିର୍ଦ୍ଧାରିତ ସମୟ ଭିତରେ ରାୟ ପ୍ରକାଶ କରାଯାଉ ବୋଲି ଆବେଦନ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଆଜି ଏହି ଚର୍ଚ୍ଚିତ ଦମ୍ପତି ଅଦାଲତରେ ହାଜର ହେବେ କି ନାହିଁ , ସେ ସବୁ କିଛି ଅନିଶ୍ଚିତତା ଭିତରେ ।