ଭିକୁ ସେଠ୍ ଚାଲିଗଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାର ଚର୍ଚ୍ଚିତ ଖଳନାୟକ ଭିକୁ ସେଠ୍ (ମହେନ୍ଦ୍ର ଦାସ)ଙ୍କ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚୌଦ୍ୱାର ସ୍ଥିତ ଘରୁ କଟକ ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଇଛନ୍ତି ସମ୍ପର୍କୀୟ।

ମାତ୍ର, ୫୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ପ୍ରଖ୍ୟାତ ଯାତ୍ରା କଳାକାର। ପ୍ରକୃତ ନାଁ ମହେନ୍ଦ୍ର ଦାସ ହୋଇଥିଲେ ହେଁ ସେ ଭିକୁ ସେଠ୍ ନାମରେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ଓଡ଼ିଶା ଯାତ୍ରା ଦୁନିଆରେ ଖଳନାୟକଙ୍କ କଥା ଉଠିଲେ ଆଗଧାଡ଼ିର କେତେ ଜଣଙ୍କ ମଧ୍ୟରେ ତାଙ୍କ ନାଁ ଶୁଣିବାକୁ ମିଳେ। ‘ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରାରେ ତାଙ୍କର ବଳିଷ୍ଠ ଅଭିନୟ ବହୁ ଯାତ୍ରାପ୍ରେମୀଙ୍କୁ ତାଙ୍କର ପ୍ରଶଂସକ ସଜାଇଥିଲା।

https://twitter.com/dpradhanbjp/status/1304703327385522177?ref_src=twsrc%5Etfw

ମହେନ୍ଦ୍ର ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଖଃ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେହିଭଳି ଯାତ୍ରା ଅଭିନେତା ଦୈତାରୀ ପଣ୍ଡା କାନ୍ଦି କାନ୍ଦି ବଡ଼ଭାଇକୁ ହରାଇଲି ବୋଲି କହିଛନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି, କଳାକାର ଏବଂ ଅଗଣିତ ପ୍ରଶଂସକ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।