ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ୍ କିଷାନ ଟଙ୍କା । ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଯିବ ୧ ହଜାର କୋଟି ଟଙ୍କା । ଏହି ଯୋଜନାରେ ଚାଷୀଙ୍କୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଛି । ପ୍ରଥମ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଦ୍ଵିତୀୟ କିସ୍ତି ଅକ୍ଷୟ ତୃତୀୟାରେ ଦେବେ ରାଜ୍ୟ ସରକାର ।