ପୁଅ ମାଡ଼ରେ ବାପାର ମୃତ

ଘଟଗାଁ : ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ଘଟିଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ କୌଣସି କାରଣରୁ ବାପା ଓ ପୁଅ ଗୁଣ୍ଡୁ ନାହାକଙ୍କ ମଧ୍ୟରେ ବିବାଦ ହୋଇଥିଲା । ସେହିପରି ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ କାଠ ଫାଳିଆ ମାଡରେ ବାପାର ମୃତ୍ୟୁ ହୋଇଛି । ସେହିପରି ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।