ସିଏମଓରୁ ଫାଇଲି ଗାଏବ ମାମଲା : ଭି. କେ ପାଣ୍ଡିଆନଙ୍କୁ ପୋଲିସ ନୋଟିସ

ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟଳୟରୁ …

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟଳୟରୁ ସ୍ୱାମୀ ଲକ୍ଷମାଣନନ୍ଦ ସରସ୍ୱତୀ ଓ ଅନ୍ୟମାନଙ୍କ ହତ୍ୟା ଘଟଣାରେ ଜଷ୍ଟିସ ଏ. ଏସ ନାଇଡୁ କମିଶନ ରିପୋର୍ଟ  ଏବଂ ସମ ହସ୍ପିଟାଲ ସମ୍ପର୍କିତ ଯୋଉ ତଦନ୍ତ ରିପୋର୍ଟ ନିଖୋଜ ଘଟଣାରେ କମିଶନ ପୋଲିସର ତଦନ୍ତ ଜୋରଦାର ହୋଇଛି । ମାମଲାର ନୂଆ ନୂଆ ତଥ୍ୟ ସାମ୍ନା କୁ ଆସୁଥିବା ବେଳେ ଏହି ମାମଲା ସହ ଜଡିତ ବିଭିନ୍ନ ବ୍ୟକ୍ତିଙ୍କୁ ପଚାରଉଚରା କରି ଫାଇଲି ନିଖୋଜ ଘଟଣା ସୂତ୍ର ଖୋଜୁଛି ପୋଲିସ ।

ଏହି କ୍ରମରେ ଆଜି ଅବସର ପ୍ରାପ୍ତ ଏଇଏଏସ ଅଧିକାରୀ ତଥା ପୂର୍ବତନ ବିଜେଡି ନେତା ଭି .କାର୍ତିକେୟନ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ ଜାରି କରାଯାଉଛି  ।   ନୋଟିସ ତାଙ୍କୁ ଜୁଲାଇ 25 ତାରିଖ ପୂର୍ବାହ୍ନ ୧୧ ଟାରେ ଜୋନ-୧ ଏସପିଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି । ଏଥିସହ ମାମଲା ସମ୍ପର୍କିତ ଦସ୍ତବିଚ ଓ ଇଲୋକ୍ଟ୍ରୋ ନିକ ଡିଭାଇସ ମଧ୍ୟରେ ସାଙ୍ଗରେ ଆଣିବାକୁ  ନିର୍ଦେଶ ଦିଆଯାଛି ।