ଜଳିଗଲା ତହସିଲ ଅଫିସ

ସମ୍ବଲପୁର(ଏସ୍ ନ୍ୟୁଜ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ତହସିଲର ସମସ୍ତ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ନିଆଁ ଲଗାଇବା ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ତେବେ ଖବର ପାଇ ରେଙ୍ଗାଲି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଅଗ୍ନିକାଣ୍ଡର ତହସିଲ କାର୍ଯ୍ୟାଳୟର ବହୁ ଆସବାବପତ୍ର ଜଳି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାଯାଇଛି। ଘଟଣାରେ କେହି ଜଣେ ଲୋକ ଆସି ନିଆଁ ଲଗାଇ ଦେଇଥିବା ଖବର ପାଇଛୁ ବୋଲି କହିଛନ୍ତି ରେଙ୍ଗାଲି ତହସିଲଦାର। ତେବେ ଯୁବକଜଣକ କ’ଣ ପାଇଁ ଏପରି କାଣ୍ଡ ଘଟାଇଲା ସେ ସମ୍ପର୍କରେ କିଛି ଜଣାପଡ଼ି ନ ଥିବା ତହସିଲଦାର କହିଛନ୍ତି।