ଭୁବନେଶ୍ୱର( ଏସ୍ ନ୍ୟୁଜ ): ରାଜଧାନୀର କଳିଙ୍ଗବିହାର କେ-୪ ଅଞ୍ଚଳରେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡ। କିଛି ଦିନ ତଳେ ଜେଲରୁ ଜାମିନରେ ମୁକୁଳିଥିବା ସଞ୍ଜୟ ଖୁଣ୍ଟିଆଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୋଟିଏ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସଞ୍ଜୟଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇଲେ। ଗୁଳିମାଡ ବେଳେ ଦୌଡ଼ି ଦୌଡ଼ି ଏକ ଘରେ ପଶି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସଞ୍ଜୟ ।
ଘଟଣାରେ ଦୁର୍ବୃତ୍ତମାନେ ଫେରାର ହୋଇଥିବା ବେଳେ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋକା ଜବତ କରିଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହରେ ତଦନ୍ତ ଜାରି ରଖିଛି ପୁଲିସ।
Prev Post