କେନ୍ଦୁଝର: କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ କେନ୍ଦୁଝର ର ଏକ ଚତୁର୍ଥାଂଶ ଜଙ୍ଗଲ ବାଂଶପାଳ ରେ ଅଛି କିନ୍ତୁ ବିଗତ କିଛି ବର୍ଷ ହେବ ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ହଜାର ହଜାର ଜଙ୍ଗଲ ନଷ୍ଟ ହେଉଛି l ଏବଂ ଜଙ୍ଗଲ ର ଜୈବ ବିବିଧତା ମଧ୍ୟ ନଷ୍ଟ ହେଉଛି l ଜଙ୍ଗଲ ନଷ୍ଟ ହେବା ଦ୍ଵାରା ସ୍ଥାନୀୟ ଅଂଚଳର ପରିବେଶ କ୍ଷତି ହେବା ସହିତ ଲୋକମାଙ୍କର ଜୀବନ ଜିବିକା ପ୍ରଭାବିତ ହେଉଛି l ତେଣୁ ଗ୍ରାମବାସୀ ମାନଙ୍କ ସହାୟତାରେ F E S ସଂସ୍ଥା ପୂର୍ବରୁ ବୈଠକ ମାଧ୍ୟମରେ ଆଲୋଚନା ହୋଇଥିଲା ଏବଂ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା କି ଆମେ ସମସ୍ତେ ବର୍ଷ ସାରା ଜଙ୍ଗଲ ରୁ ବିଭିନ୍ନ ପ୍ରକାରର ଦ୍ରବ୍ୟ ପାଉଥାନ୍ତି କିନ୍ତୁ ଆମେ ଜଙ୍ଗଲ କୁ ଗୋଟେ ଦିନ ଦେବା. ତେଣୁ ସମସ୍ତେ ନିଷ୍ପତ୍ତି କ୍ରମେ ଜଙ୍ଗଲ ମଞ୍ଜି ସଂଗ୍ରହ କରିବା ଏବଂ ବର୍ଷା ଆସିଲେ ଗ୍ରାମବାସୀ ସମସ୍ତେ ଜଙ୍ଗଲ କୁ ଯାଇ ସେଠାରେ ମଞ୍ଜି ରୋପଣ କରିବା ବୋଲି ବୈଠକ କରିଥିଲେ ଏବେ ବୈଠକ ଅନୁସାରେ ବାଂଶପାଳ ବ୍ଲକର ପ୍ରତେକ ଗ୍ରାମରେ ଫରେଷ୍ଟ ଓ F E S ସଂସ୍ଥା ସହଯୋଗରେ ବନ ମହୋତ୍ସବ ପାଳିତ କରୁଛନ୍ତି l
ବାଂଶପାଳ ବ୍ଲକ ଭେଜିଡ଼ିହି ଗାଁରେ ଆୟଜୋନ କରିଥିଲେ ଫୁଲେଶ୍ୱରୀ ସେଠି ଫୋରେଷ୍ଟ ଗାର୍ଡ ମଧୁସ୍ମିତା ଡୋରା ଉପସ୍ଥିତ ରହି ଗାଁଲୋକଙ୍କ ସହଯୋଗରେ ମିଶି ବୃକ୍ଷ ରୋପଣ କିରିଥିଲେ l ସେଇପରି କଲଣ୍ଡା ଶଙ୍କରେଇ ଗ୍ରାମର ଭଅଁରଡ଼ିହି ସାହିରେ ମଧ୍ୟ ମହୋତ୍ସବ ପାଳନ କରିଛନ୍ତି ପୂର୍ବରୁ ଘଞ୍ଜ ଜଙ୍ଗଲ ଗଛ ଲତାରେ ପରିପୂର୍ଣ୍ଣ ଥିଲା ଏବେ ଅନେକ ଗଛ ଲୋପ ପାଇଯାଇଥିବାବେଳେ ଫୋରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ବିବିନ୍ନ ପ୍ରକାର ଚାରା ଯୋଗାଇ ଦେଇଛନ୍ତି F E S ସଂସ୍ଥାର ଅଶ୍ୱନୀ ପତି ଅଞ୍ଜନା ପାତ୍ର ଗ୍ରାମଲୋକଙ୍କ ସହଯୋଗରେ ପାହାଡ଼ ପର୍ବତ ଘେରା ଆଦିବାସୀ ଅଧୁଷିତ ଅଞ୍ଚଳ ଭଅଁରଡ଼ିହି ଗ୍ରାମରେ ପାହାଡ଼ ଉପରେ ବୃକ୍ଷ ରୋପଣ କରିଛନ୍ତି l କେନ୍ଦୁଝର ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।