ପୂର୍ବତନ ଅଣ୍ଡର ସେକ୍ରେଟାରି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ୱାରା ଗିରଫ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ପୂର୍ବତନ ଅନୁଶାସନ ସଚିବ ଉଚ୍ଚ ଶିକ୍ଷା ବିଭାଗର ପ୍ରକାଶ ଚନ୍ଦ୍ର ରଥ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଦ୍ୱାରା ଗିରଫ ହୋଇଛନ୍ତି। ଚାକିରିରେ ଥିବା ସମୟରେ ଇ ମେଧାବୃତ୍ତି ସ୍କଲାରସିପରେ ବ୍ୟାପକ ଅନିୟମିତତା କରିଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରକାଶ ରଥ ଚାକିରିରେ ଥିବା ସମୟରେ ଇ ମେଧାବୃତ୍ତି ସ୍କଲାରସିପ ପାଇଁ ଯୋଗ୍ୟ ନଥିବା ୨୩୫ ଜଣ ପିଲାଙ୍କୁ ୩୬.୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏଥିସହିତ ୨୦୧୪-୧୫ ମସିହାରେ ଉଚ୍ଚ ଶିକ୍ଷା ବିଭାଗ ମେଧାବୃବୃତ୍ତି ଯୋଜନାରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଜାଣିବାକୁ ପାଇଥିଲା।

ଏହାପରେ ୨୦୧୭ ମସିହାରେ ଏହାର ତଦନ୍ତ ପାଇଁ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଏକ ଚିଠି କରିଥିଲେ ଉଚ୍ଚ ଶିକ୍ଷା ବିଭାଗ। ଉଚ୍ଚ ଶିକ୍ଷା ବିଭାଗ ଚିଠିକୁ ଆଧାର କରି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ତଦନ୍ତ କରି ଶିକ୍ଷା ବିଭାଗର ପୂର୍ବତନ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ।