ରାଜ୍ୟରେ କୋଭିଡ୍ ଯୋଦ୍ଧାଙ୍କୁ ମିଳିବ ମାଗଣା ଟୀକା: ସ୍ୱାସ୍ଥ୍ୟ ମନ୍ତ୍ରୀ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): କୋଭିଡ୍ ଯୋଦ୍ଧାଙ୍କୁ ମିଳିବ ମାଗଣା କରୋନା ଟିକା । ମାଗଣା ଟିକା ମିଳିବା ନେଇ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ରାଜ୍ୟରେ ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶାପ୍ରକାଶ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ।୩ଟି ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧାଙ୍କୁ କରୋନା ଟିକା ମିଳିବ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ କରୋନା ଯୋଦ୍ଧାଙ୍କୁ ମିଳିବ । ବୟସ୍କ ବ୍ୟକ୍ତି ମାନଙ୍କୁ ମଧ୍ୟ ମିଳିବ ମାଗଣା କରୋନା ଟୀକା ।

ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମିଳିବ ମାଗଣା ଟିକା। ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ର ପକ୍ଷରୁ ଯୋଜନା କରାଯାଇଛି।