ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ଶୀତ । ସପ୍ତାହକ ଭିତରେ ଦୁଇରୁ ତିନି ଡିଗ୍ରୀ ପାରଦ ଖସିପାରେ । କନ୍ଧମାଳ, କୋରାପୁଟରେ ଥଣ୍ଡା ପ୍ରକୋପ ବଢିବ । ତେବେ ସକାଳୁ ଶିତୁଆ ପରିବେଶର ମଜା ନେଉଛନ୍ତି ଲୋକେ । ସାରା ଓଡିଶାରେ ଶୀତର ପ୍ରକୋପ ବଢୁଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚାରିଆଡେ ଘନ କୁହୁଡି ପଡିବା ସହ ଶୀତ ମଧ୍ୟ ବଢି ବଢି ଚାଲିଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କେଉଁଠି ନିଆଁ ଜାଳି ବସୁଛନ୍ତି । ସେହିପରି ଚା ଦୋକାନରେ ବି ଭିଡ ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ...
ସେହିପରି କନ୍ଧମାଳରେ ପହିଲି ଶୀତ ସ୍ପର୍ଶ କରିଛି । ସକାଳେ ଘନ କୁହୁଡି ସାଙ୍ଗକୁ ହାଲକା ହାଲକା ଶୀତ ଲୋକଙ୍କୁ ଆମୋଦିତ କରୁଛି । ଫୁଲ ଉପରେ ଟିପି ଚିପି କାକର ବିନ୍ଦୁ ଝଲସୁଛି । ସକାଳୁ ସକାଳୁ ଚା’ ଦୋକାନ ଆଗରେ ଲୋକଙ୍କ ଭିଡ ଜମୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସୁଛନ୍ତି ।