କଟକ: ଓଡ଼ିଶା ମାଟିରୁ ମାଓବାଦୀଙ୍କୁ ଚେତାବନୀ ଦେବା ସହ ମାଓମୁକ୍ତ ଭାରତର ସ୍ୱପ୍ନ ପୂରଣ ହେବା ନେଇ ପୁଣି ଥରେ ସ୍ୱର ଶାଣିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ । ଦେଶରୁ ମାଓବାଦୀ ଲୋପ ପାଉଛନ୍ତି ଆଉ ଆଗାମୀ ୨୫ ଦିନ ଭିତରେ ଭାରତ ମାଓ ମୁକ୍ତ ହେବା ନେଇ ସେ ଦମ୍ଭ ଦେଖାଇଛନ୍ତି । ନକ୍ସଲବାଦର ମୂଳପୋଛ ଏବଂ ମାଓବାଦୀ ସଫା ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ମୋଦୀ ସରକାର ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ସଂକଳ୍ପବଦ୍ଧ । ମାଓମୁକ୍ତ ଭାରତ ପାଇଁ ଅଭିଯାନ ଜୋରଦାର ଚାଲିଛି ଏବଂ ଉଓଝୠ ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଓଡ଼ିଶା, ଛତିଶଗଡ଼ କିମ୍ବା ତେଲେଙ୍ଗାନା, ଉଓଝୠ ନକ୍ସଲବାଦକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଆମର ସୁରକ୍ଷା ବାହିନୀ ତିରୁପତିରୁ ପଶୁପତି ପର୍ଯ୍ୟନ୍ତ ଲାଲ କରିଡରର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରିଛନ୍ତି । ଏହା ଆମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା । ତେବେ ଦିନିକିଆ ଓଡିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ କଟକ ମୁଣ୍ଡଳିରେ ପହଂଚିଥିଲେ ।
ସେଠାରେ ସିଆଇଏସ୍ଏଫ୍ ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ । ଉକ୍ତ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ନକ୍ସଲମୁକ୍ତରେ ଉଓଝୠର ବଡ ଅବଦାନ । ସମୟ ସହିତ ନିଜକୁ ଗଢ଼ିଛି ଉଓଝୠ । ଦେଶର ସୁରକ୍ଷାରେ ସିଆଇଏସ୍ଏଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ସିଆଇଏସ୍ଏଫ୍ । ସିଆଇଏସ୍ଏଫ୍ ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରହିଛି । ନକ୍ସଲମୁକ୍ତ ଅଭିଯାନରେ ସୁରକ୍ଷାବଳଙ୍କ ଭୂମିକା ଅନନ୍ୟ । ଉଓଝୠ ଯବାନ କଠିନ ପରିସ୍ଥିତିରେ କର୍ତବ୍ୟ ପାଳନ କରିଆସୁଛନ୍ତି । କଟକ ପରେ ପାରଦୀପ ଗସ୍ତ କରିଥିଲେ ଶାହ । ସେଠାରେ ୧ଟା ୪୫ ମିନିଟରେ ସଲଫୁ୍ୟରିକ ଏସିଡ ପ୍ଲାଂଟ୍ ଲୋକାର୍ପଣ କରିଥିଲେ ।
ପାରାଦୀପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଥିଲେ ଗୃହମନ୍ତ୍ରୀ । ଭୁବନେଶ୍ୱରରେ ଜାତୀୟ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟି (ଘୠଝଟ) ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଥିଲେ । ତା’ ସହିତ ଏହାର ଅସ୍ଥାୟୀ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିଥିଲେ । ଏହି ବିଶ୍ୱବିଦ୍ୟାଳୟ ପାଇଁ ଓଡ଼ିଶା ସରକାର ୪୦ ଏକର ଜମି ଯୋଗାଇ ଦେଇଛନ୍ତି । ସେ କେନ୍ଦ୍ରୀୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (ଉୠଝଖ) ର ମଧ୍ୟ ଭୂମି ପୂଜନ କରିଥିଲେ ।
ଭୁବନେଶ୍ୱରରେ ନୂଆ ନ୍ୟାୟ ସଂହିତା ଉପରେ ଏକ ପ୍ରଦର୍ଶନୀର ଉଦଘାଟନ କରିବା ସହ ଏକ ମୋବାଇଲ୍ ଫୋରେନସିକ୍ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ସହ ଭର୍ଚୁଆଲ୍ ମାଧ୍ୟମରେ ଅନେକ ନୂଆ ଥାନା ବିଲଡିଂର ଉଦଘାଟନ କରିଥିଲେ । ଏହି ଅବସରରେ ଓଓଞ ଭୁବନେଶ୍ୱର ଏବଂ ରାଷ୍ଟ୍ରୀୟ ରକ୍ଷା ବିଶ୍ୱବିଦ୍ୟାଳୟ ସହ ବୁଝାମଣା ପତ୍ର (ଗକ୍ଟଟ) ସ୍ୱାକ୍ଷରିତ ହେବ । ସଂଧ୍ୟାରେ ଦିଲ୍ଲୀ ଫେରି ଯାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାପରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ରାଜ୍ୟ ସଙ୍ଗଠନ ବାବଦରେ ନେତାଙ୍କ ସହ ଆଲୋଚନା କରିଥିଲେ ।
ଏହି ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ତୁଙ୍ଗନେତା ମାନେ ଉପସ୍ଥିତ ରହିଥିଲେ । ସେଠାରୁ ଫେରି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀରେ ସାମିଲ ହୋଇ ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରି ଯାଇଛନ୍ତି ।