ପାରଳଖେମୁଣ୍ଡି: ପ୍ରାୟ ତିନିଶତ ବର୍ଷ ପୁରାତନ ହନୁମାନ ମନ୍ଦିରରୁ ଦ୍ୱିଭାଷୀ ଶିଳାଲେଖ ଠାବ କରାଯାଇଛି । ଗଜପତି ଜିଲ୍ଲା ପାରଳଖେମୁଣ୍ଡିରେ ଅବସ୍ଥିତ ରାଜ୍ୟ ପ୍ରତ୍ନତାତ୍ୱିକ ବିଭାଗ ହନୁମାନ ମନ୍ଦିର ଗାତ୍ରରୁ ଶିଳାଲେଖ ଉଦ୍ଧାର କରିଛି । ଶିଳାଲେଖଟି ପ୍ରଥମେ ପୁରୁଣା ପାଟଣା ନିବାସୀ ଶିକ୍ଷକ ପି. ଆପଲ୍ ରାଜୁ ଠାବ କରିବା ପରେ ଲିପିତତ୍ୱ ଗବେଷକ ବିଷ୍ଣୁ ମୋହନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଅଧିକାରୀଙ୍କ ମତରେ ଉଦୟଗିରି ୟେଙ୍କଟ ରାଉ ପାନ୍ତୁଲୁଙ୍କ ଧର୍ମ ଉଲ୍ଲେଖ କରାଯାଇଛି । ଲିପିଟି ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଖୋଦିତ । ଶିଳାଲେଖରେ ପ୍ରାୟ ୧୭୦୦ ମସିହାରେ ବ୍ୟବହୃତ ଓଡ଼ିଆ ଲିପି ବ୍ୟବହାର କରାଯାଇଥିବା ବିଷୟ ବିଷ୍ଣୁ ମୋହନ ପ୍ରକାଶ କରିଛନ୍ତି । ଅଧିକାରୀଙ୍କ ମତରେ ୧୭୦୬-୧୭୪୮ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଶିଳାଲେଖ ଖୋଦେଇ କରାଯାଇଥିଲା । ଶିଳାଲେଖରେ ଉଲ୍ଲେଖ ବ୍ୟକ୍ତି ଗଜପତିଙ୍କ ଇଜଲାସରେ କାମ କରୁଥିବା କୌଣସି କର୍ମଚାରୀ ହୋଇଥିବାର ଅନୁମିତ । ଦେଉଳରେ ପ୍ରତାପରୁଦ୍ର ଦେବ ଓ ଦେଉଳ ନିର୍ମାତାଙ୍କ ପ୍ରତିମା ଥିବା ଅଧିକାରୀ କହିଛନ୍ତି।