ବୋରଦାରେ ମାଣ୍ଡିଆ ମଣ୍ଡି ଉଦଘାଟନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକର ବୋରଦା ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଶ୍ରୀ ଅର୍ଣ୍ଣ ଯୋଜନା ଆନୁକୂଲ୍ୟରେ ମାଣ୍ଡିଆ ମଣ୍ଡି ଉଦ୍ ଘାଟନ ହୋଇ ଯାଇଛି । ଏଥିରେ ବଡଗଡ଼ର ପୂର୍ବତନ ବିଜେପି ମଣ୍ଡଳ ସଭାପତି ତଥା ବରିଷ୍ଠ ବିଜେପି ନେତା ରାଧା ମୋହନ ସ୍ବାଇଁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହି ମଣ୍ଡିଟି ଉଦଘାଟନ କରିଥିଲେ ଓ କିଛି ମାଣ୍ଡିଆ ଚାଷୀଙ୍କ ସହ ବ୍ଲକର ମିଲେଟ୍ କୃଷି କୃଷି ସେବକ ସିକନ୍ଦର ମୁଠା ମାଝୀ ଏବଂ କାର୍ଯ୍ୟ କାରୀ ସଂସ୍ଥା “ପ୍ରୋଗ୍ରେସ”ର ବ୍ଲକ ମ୍ୟାନେଜର ଶ୍ରୀ ଟୁଟୁ ସ୍ବାଈଁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ବୈଠକର ଚାଷୀ ମାନଙ୍କର ବହୁ କଷ୍ଟ ଉପାର୍ଜିତ ଶସ୍ୟକୁ ଉପଯୁକ୍ତ ମୂଲ୍ୟ ପହଞ୍ଚାଇବା ଲକ୍ଷ ବୋଲ ଶ୍ରୀ ସ୍ବାଈଁ ପ୍ରକାଶ କରିଥିଲେ ।

ପୁରାତନ ପଦ୍ଧତି କୁ ଛାଡ଼ି ନୂତନ ପଦ୍ଧତିରେ ମାଣ୍ଡିଆ ଚାଷ କରି ଅଧିକ ଲାଭବାନ ହେବାପାଇଁ ଚାଷୀମାନଙ୍କୁ ବୁଝାଇଥିଲେ । ଏହା ସହିତ ସମାଜକୁ ଉକୃଷ ପୁଷ୍ଟିକର ଖାଦ୍ୟ ଯୋଗାଇ ପାରିବା ନେଇ ଅଧିକାରୀ ମାନେ ନିଜ ନିଜର ମତ ପୋଷଣ କରିଥିଲେ । ଏବଂ ଅଧିକାରୀ ଗଣ ଏହି ବ୍ଲକ ମାଣ୍ଡିଆ ଚାଷଙ୍କ ପାଇଁ ପ୍ରକୃଷ୍ଟ ହୋଇଥିବା ଯୋଗୁଁ ଚାଷୀ ମାନେ ଆଗଭର ହୋଇ ଚାଷ କରିବା ଉଚିତ ବୋଲି କହିଥିଲେ । ମଣ୍ଡିଟି ଉଦଘାଟନ ହେବା ପରେ ମାଣ୍ଡିଆ ଚାଷୀ ମାନଙ୍କ ମଧ୍ୟରେ ମାଣ୍ଡିଆ ଚାଷପାଇଁ ଉତ୍ସାହ ବଢ଼ିବା ନେଇ ଚାଷୀ ଭାଇମାନେ କହିଛନ୍ତି ।