କେବେ କାର୍ଯ୍ୟକ୍ଷମ ହେବ ଧରାକୋଟ ଅଟଳ ବସଷ୍ଟାଣ୍ଡ

ଗଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଗମନା ଗମନର ସୁବିଧା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ନିର୍ମାଣ କଲେ ଅଟଳ ବସଷ୍ଟାଣ୍ଡ। ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ ହେଲା କିନ୍ତୁ ବର୍ତ୍ତମାନ ସୁଧା ଏହା ସମ୍ପନ୍ନ ହୋଇପାରିନାହିଁ । ଧରାକୋଟ ଭିତରକୁ ବସ ଚଳାଚଳ ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଛି।ଏଣୁ ଲୋକେ ନୂତନ ବସଷ୍ଟାଣ୍ଡ କୁ ତହସିଲ କାର୍ଯ୍ୟଳୟ ନିକଟରେ କରିବା ପାଇଁ ଚାହୁଁଥିବା ବେଳେ ପ୍ରଶାସନ ତରଫରୁ ଏଠାରୁ ଏକ କିମି ଦୂରରେ ଧରାକୋଟ ବ୍ରିଜ ନିକଟରେ କରିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା ।

ଯାହା ଫଳରେ ଲୋକେ ଏହାର ସୁଫଳ କେତେଦୂର ପାଇବେ ତାହା ସମୟ କହିବ। ଅନ୍ୟ ପକ୍ଷରେ ଦୀର୍ଘ ଦିନ ହେଲା ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇପାରୁନାହିଁ । ଅତ୍ୟନ୍ତ ତରବରିଆ ଭାବରେ ଏଥିରେ ରଙ୍ଗ ମରାଯାଇଥିବା ବେଳେ ସିକୁରିଟି ଗାର୍ଡ ମଧ୍ୟ ନିଯୁକ୍ତି ପାଇ ଅଧାପନ୍ତରିଆ ବସଷ୍ଟାଣ୍ଡ ରେ କାର୍ଯ୍ୟ ଆରମ୍ଭ କଲେଣି ।

ବର୍ତ୍ତମାନ ସୁଦ୍ଧା ଷ୍ଟାଣ୍ଡ ଭିତରକୁ ବସ ଗଡିନଥିବ। ବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାର ଙ୍କ ଦାୟିତ୍ୱହୀନତା ଯୋଗୁଁ ନିର୍ମାଣ କାମ ଶେଷ ହୋଇପାରୁନଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଜାଣିଶୁଣି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନକରାଇବା ପଛରେ କି କାରଣ ରହିଛି ? କେବେ ଏହାର ନିର୍ମାଣ କାର୍ଯ୍ୟ ସରିବ ଓ କେବେ ଏହା କାର୍ଯ୍ୟକ୍ଷମ ହେବ ତାହାର ଉତ୍ତର କାହାପାଖରେ ନାହିଁ ।ଗଞ୍ଜାମରୁ ପାଣିଗ୍ରାହୀ ଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌  ।