ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ଦୁଇ ଶିଶୁ

ଉତ୍ତରପ୍ରଦେଶ: ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ । ଫଳରେ ୨ ଶିଶୁ କନ୍ୟା ପୋଡି ଜୀବନ ଯାଇଛି । ତେବେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି । ସୂଚନାଯୋଗ୍ୟ ଯେ, ଅହରୁଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଇମାମଗଡ ଗ୍ରାମର ମାଧୁରୀ ନାମକ ଜଣେ ମହିଳା ଗ୍ୟାସରେ ରୋଷେଇ କରୁଥିଲେ । ପରେ ଗ୍ୟାସ ପାଇପରେ ଲିକ ହୋଇ ନିଆଁ ଲାଗିଯାଇଥିଲା । ଯାହାଫଳରେ ଘରେ ଥିବା ମହିଳାଙ୍କ ୩ ଝିଅ ନିଆଁର ବର୍ତ୍ତି ପାରିନଥିଲେ । ଝିଅମାନେ ଜଳି ଯାଉଥିବା ଦେଖି ଅନେକ ଲୋକ ଘଟଣାସ୍ଥଳକୁ ଆସିଥିଲେ । କୌଣସି ପ୍ରକାରେ ସ୍ଥାନୀୟ ଲୋକ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ତିନି ଝିଅଙ୍କୁ ଉଦ୍ଧାର କରିଥିଲେ । ଜଳି ଯାଇଥିବା ଶିଶୁମାନଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମୃତ ଘୋଷଣା କରିଥିଲେ । ଗୁରୁତର ଭାବେ ଜଳିଯାଇଥିବା ଆଉ ଏକ ଶିଶୁ କନ୍ୟାର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।