ଏଣିକି ଓଟିପି ନଦେଲେ ମିଳିବନି ଗ୍ୟାସ୍

ଆଜିଠାରୁୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିଲା ନିୟମ । ଏଣିକି ଓଟିପି ନଦେଲେ ମିଳିବନି ଗ୍ୟାସ୍ । ତେବେ ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ । ଏଲପିଜି ଗ୍ୟାସ ସିଲିଣ୍ଡରକୁ ନେଇ ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଆଜିଠୁ ଜାରି ହୋଇଛି ଏହି ନୂଆ ନିୟମ । ଏଲପିଜି ସିଲିଣ୍ଡର ଡେଲିଭରି ଠାରୁ ଆରମ୍ଭ କରି ଗ୍ୟାସ ଦରରେ ହେବ ଏହି ପରିବର୍ତ୍ତନ। ଯାହାର ସିଧାସଳଖ ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ।

ନୂଆ ସିଲିଣ୍ଡର ନିୟମ ଅନୁସାରେ, ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ନାଁ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେବ । ଗ୍ରାହକଙ୍କ ଠିକଣା ଭୁଲ ଥିଲେ ବିତରଣ ବନ୍ଦ କରିଦିଆଯିବ ।

ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ ହେବ । ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗ୍ୟାସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି କଲା ଇଣ୍ଡିଆନ୍ ଗ୍ୟାସ୍ । ଏହି ନମ୍ବର ଜରିଆରେ ଆପଣ ଗ୍ୟାସ ବୁକ୍ କରିପାରିବେ । ଏଲପିଜି ଗ୍ୟାସ ବୁକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ୭୭୧୮୯୫୫୫୫୫ରେ ଏସଏମଏସ କରିବାକୁ ପଡିବ ।

ଏଠାରେ ପ୍ରକାଶଥାଉକି ,ମାସର ପହିଲାରେ ଗ୍ୟାସ ସିଲିଣ୍ଡର ଦରରେ ହୋଇଥାଏ ପରିବର୍ତ୍ତନ ।ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କରାଯାଇଥିଲା ।