ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ତଥା ଅବସରପ୍ରାପ୍ତ ଅଧିକାରୀ ଗୌରଚନ୍ଦ୍ର ମହାପାତ୍ର ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ନୂଆଦିଲ୍ଲୀରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଗତ ୨୧ ତାରିଖ ଶନିବାର ମିଡ଼ିଆ ଫେଡେରେସନ ଅଫ ଇଣ୍ଡିଆ, ନୂଆଦିଲ୍ଲୀ ପକ୍ଷରୁ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଶ୍ରୀ ମହାପାତ୍ରଙ୍କୁ ଶ୍ରେଷ୍ଠ ମିଡ଼ିଆ ମ୍ୟାନେଜମେଂଟ୍ ଅର୍ଗାନାଇଜର ଷ୍ଟେଟ୍ ଆୱାର୍ଡ ପ୍ରଦାନ କରାଯାଇଛି ।
ଏଥିପାଇଁ ଶ୍ରୀ ମହାପାତ୍ର ଫେଡେରେସନ କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ମିଡ଼ିଆ ମ୍ୟାନେଜମେଂଟ୍ କରି ସମସ୍ତ ସାମ୍ବାଦିକ ଓ ଅଧିକାରୀ ମାନଙ୍କ ପ୍ରିୟପାତ୍ର ହୋଇଥିଲେ । ଏଥିସହ ବହୁ ଅନୁଷ୍ଠାନରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।