ଭୁବନେଶ୍ବର( ଏସ୍ ନ୍ୟୁଜ ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏହା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଭୟଙ୍କୁ ମଧ୍ୟ ପ୍ରଦୀପ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ହଇରାଣ କରୁଛି । ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ଏହା ସହ ପୁରୀ ହାତଜ ମୃତ୍ୟୁ ଏବଂ ପରୀ ମାମଲା ଭଳି ଅନେକ ଘଟଣାର ଏ ପର୍ଯ୍ୟନ୍ତ ତଦନ୍ତ ହୋଇନି। କିନ୍ତୁ ମୋ ପଛରେ ଅଯଥାରେ ପୁଲିସ ଲାଗିଛି। ମୋ ସାଙ୍ଗରେ ଯାହା ସବୁ ଘଟୁଛି ମୁଖ୍ୟମନ୍ତ୍ରୀ ଜାଣନ୍ତି କି ନାହିଁ, ତାହା ମୁଁ ଜାଣିନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରିଥିଲି, କିନ୍ତୁ ତାଙ୍କ ସହ ମୋତେ କଥାବାର୍ତ୍ତା କରାଇ ଦିଆଗଲାନି।
ଅନ୍ୟପଟେ ଚାଟାର୍ଡ ଫ୍ଲଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ, ‘ଯଦି ମୁଁ କୋଭିଡ ସମୟରେ ବୁଲୁଥିଲି, ସେତେବେଳେ ସରକାର କହିଲେନି । ଏବେ ସରକାର ବୁଲିବା କଥା କାହିଁକି କହୁଛନ୍ତି । ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ମୁଁ ଗସ୍ତ କରିଛି । ଏଥିରେ କିଛି ଅସୁବିଧା ନାହିଁ, ମୁଁ ଭୁଲ କରିନି ।’ ତେବେ ପୁନେ ଯାଇଥିବା କଥା ସ୍ପଷ୍ଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କୃତ କରାଯାଇଥିଲା। ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା। ଏହାସହ ଆଜି ଜଣ ବରୋଧୀ କାର୍ଯ୍ୟର ବିବରଣୀ ମଧ୍ୟ ଦେଇଥିଲା ବିଜେଡି ।