ତାତିରୁ ମିଳିଛି ଆଶ୍ୱସ୍ତି

ଭୁବନେଶ୍ବର : ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିଛି । ତେବେ ଏହି ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଥିବା ବେଳେ ୬ଟି ଜିଲ୍ଲାରେ ଆଂଶିକ ଭାବରେ ପ୍ରବେଶ କରିପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅସହ୍ୟ ଗରମରୁ ମୁକ୍ତି ପାଇଛି ସାରା ଓଡ଼ିଶା । ବୌଦ୍ଧରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି । ସେହିଭଳି ୮ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି । ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡି ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।