ଶିଶୁଯତ୍ନ ଛୁଟି ନେଇପାରିବେ ଏକାକୀ ସରକାରୀ ପୁରୁଷ କର୍ମଚାରୀ

ନୂଆଦିଲ୍ଲୀ: ଏକୁଟିଆ ପୁରୁଷ ଅଭିଭାବକ (ସରକାରୀ କର୍ମଚାରୀ)ଙ୍କୁ ଶିଶୁଙ୍କ ଯତ୍ନ ନେବା ଲାଗି ଚାଇଲ୍ଡ କେୟାର୍ ଲିଭ ନେଇପାରିବେ । ସୋମବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନେଇ ବଡ଼ ଘୋଷଣା କରିଛନ୍ତି। ଏହାଦ୍ୱାରା ସରକାରୀ କର୍ମଚାରୀଙ୍କୁ ଭଲ ସୁବିଧା ମିଳିବ ।

କେନ୍ଦ୍ର ଅଭିଯୋଗ ଏବଂ ପେନସନ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ମଧ୍ୟ ଶିଶୁ ଯତ୍ନ ପାଇଁ ଶିଶୁ ଯତ୍ନ ଛୁଟି (ସିସିଏଲ) ନେବାକୁ ହକଦାର। ସେ କହିଛନ୍ତି ଯେ ଏହିପରି ଛୁଟି କେବଳ ସେହି ପୁରୁଷ କର୍ମଚାରୀଙ୍କୁ ଦିଆଯିବ ଯେଉଁମାନେ ଏକକ ଅଭିଭାବକ ଅଟନ୍ତି। ସେ କହିଛନ୍ତି ଯେ ଏହି ସୁବିଧା ପାଇଁ ପୂର୍ବରୁ ନିର୍ଦ୍ଦେଶ ଜାରି ହୋଇସାରିଛି କିନ୍ତୁ ସାଧାରଣ ଲୋକଙ୍କ ପାଖରେ ଏହା ପହଞ୍ଚି ପାରିନାହିଁ । ଶ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସିସିଏଲରେ ଥିବାବେଳେ କୌଣସି କର୍ମଚାରୀ ମଧ୍ୟ ବାହାରକୁ ବୁଲିଯିବା ନିମନ୍ତେ ଏଲଟିସି ନେଇପାରିବେ।

ଖାଲି ସେତିକି ନୁହେ ଯେଉଁ କର୍ମଚାରୀ ଏବେ ଚାଇଲ୍ଡ କେୟାର ଲିଭରେ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଛୁଟି ମିଳୁଛି । ହେଲେ ଜଣେ କର୍ମଚାରୀ ଚାଇଲ୍ଡ କେୟାର ଲିଭରେ ଥିବାବେଳେ ଚାହିଁଲେ ଲିଭ୍ ଟ୍ରାଭେଲ୍ କନସେସନର ଲାଭ ନେଇପାରିବେ । ପୂର୍ବ ବର୍ଷର ସମ୍ପୂର୍ଣ୍ଣ ପେଡ୍ ଲିଭକୁ ଚାଇଲ୍ଡ କେୟାର ଲିଭ୍ ପ୍ରକାରେ ମଧ୍ୟ ନେଇ ହେବ । ଏବଂ ଦ୍ୱିତୀୟ ବର୍ଷ ଫୁଲ୍ ପେଡ୍ ଲିଭର ୮୦ ପ୍ରତିଶତ ଚାଇଲ୍ଡ କେୟାର ଲିଭ୍ ଭାବେ ବ୍ୟବହାର କରିପାରିବେ ।

ଏହାସହ ସେ କହିଛନ୍ତି ଦିବ୍ୟାଙ୍ଗ ପିଲାଙ୍କ ଦେଖାଶୁଣା ପାଇଁ ନୂଆ ନିୟମ ବିଷୟରେ ବି କହିଛନ୍ତି । ଦିବ୍ୟାଙ୍ଗ ପିଲାମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସିସିଏଲ ପାଇଁ ବୟସ ସୀମା ନାହିଁ। ଏଣିକି ଦିବ୍ୟାଙ୍ଗ ଛୁଆଙ୍କ ଦେଖାଶୁଣା ଲାଗି କୌଣସି ସରକାରୀ କର୍ମଚାରୀ କେବେ ବି ଚାଇଲ୍ଡ କେୟାର ଲିଭ୍ ନେଇପାରିବେ । ପୂର୍ବରୁ ଏଥିପାଇଁ ପିଲାଙ୍କ ସର୍ବାଧିକ ବୟମ ୨୨ ଥିଲା । ଏପରିକି ଏହି ନିୟମରେ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ୬ ବର୍ଷର ସରକାରରେ କେତକ ନିୟମରେ ପରିବର୍ତ୍ତନ ଅଣାଯାଇଛି ।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ସୋମବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବଡ଼ ଘୋଷଣା କରିଛନ୍ତି । ଏକୁଟିଆ ପୁରୁଷ ଅଭିଭାବକ (ସରକାରୀ କର୍ମଚାରୀ)ଙ୍କୁ ଛୁଆଙ୍କ ଯତ୍ନ ନେବା ଲାଗି ଚାଇଲ୍ଡ କେୟାର୍ ଲିଭ ନେଇପାରିବେ । ସେ କହିଛନ୍ତି- ଚାଇଲ୍ଡ କେୟାର ଲିଭ୍ ସୁବିଧା ଏବେ କେବଳ ଏକୁଟିଆ ଅଭିଭାବକଙ୍କୁ ମିଳିବ । ଯିଏ କି ଛାଡ଼ପତ୍ର, ବିଧବା (ସ୍ତ୍ରୀକୁ ହରାଇଥିବା ପୁରୁଷ) ଓ ଅବିବାହିତଙ୍କୁ ମିଳିବ । ଏହି ନିଷ୍ପତ୍ତି ସେ ଅଦ୍ଭୁତପୂର୍ବ ଓ ପ୍ରଗତିଶୀଳ କରିଛନ୍ତି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କୁ ଭଲ ସୁବିଧା ମିଳିବ ।