ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆଜି ହେଉଛି ପରମ୍ପରାର ଦିନ ପବିତ୍ର ରକ୍ଷା ବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ଲାଗି ଆଜି ପବିତ୍ର ଦିନ ଟିଏ । ଆଜି ମଧ୍ୟ ବଳରାମଙ୍କ ଜନ୍ମଦିନ । ତେବେ ଏହି ଶୁଭ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଭରସା ଓ ସୁରକ୍ଷାର ଏହି ପବିତ୍ର ବନ୍ଧନ ଆହୁରି ନିବିଡ ହେଉ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।
ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଭରସା ଓ ସୁରକ୍ଷାର ଏହି ପବିତ୍ର ବନ୍ଧନ ଆହୁରି ନିବିଡ଼ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିର୍ଟରରେ ଦର୍ଶାଇଛନ୍ତି ।