ଆଜି-କାଲି ବର୍ଷିବ ନିଆଁ, ୩ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା

ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ ….

ଭୁବନେଶ୍ୱର: ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି । ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ିବା ସହ ଦୋକାନବଜାର ବପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିରନ୍ଦ ରହୁଛି । ତେବେ ସବୁଠୁ ଅଧିକ ତାତି ଅନୁଭୂତ ହେଉଛି ପଶ୍ଚିମ ଓଡ଼ିଶାରେ । ସତେ ଯେପରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ତତଲା କଡ଼େଇରେ ସିଝୁଛି । ଶନିବାର ଓ ରବିବାର ମଧ୍ୟ ଆକାଶରୁ ନିଆଁ ବର୍ଷିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଭାରତୀୟ ପାଣିାଗ ବିଭାଗ ପକ୍ଷରୁ ଓଡ଼ିଶାର ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣୁର, ବୌଦ୍ଧ ଓ ବଲାଙ୍ଗିର । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ରାଜ୍ୟବାସୀ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଏସ୍‌ଆର୍‌ସି କହିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ତାତିରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ ।