ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି

ଭୁବନେଶ୍ୱର : ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ରୁ ୪୪ ଡିଗ୍ରୀ ସେଲ୍‍ସିୟସ୍‍ ଛୁଇଁବାର ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଜି ପାଇଁ ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଦିନରେ ତାତି ବଢ଼ିବା ସହିତ ଅପରାହ୍ନରେ ବର୍ଷାହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶନିବାର ପାଇଁ ୩ ଜିଲ୍ଲା ବରଗଡ଼, ବଲାଙ୍ଗିର, ନୂଆପଡ଼ାରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।