ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ମଧ୍ୟାହ୍ନରେ ପୁରୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଲାଗି ରହିବ । ପୁରୀଠାରୁ ୧୧୦ କି.ମି, ଗୋପାଳପୁରଠାରୁ ୧୫୦ ଓ ପାରାଦୀପଠାରୁ ୧୬୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି ।