ସାମୁଦ୍ରିକ ବାତ୍ୟାକୁ ରୋକିବ ହେନ୍ତାଳ ବଣ
ଗଭୀର ସମୁଦ୍ରରୁ ଉପକୂଳକୁ ମାଡ଼ି ଆସୁଥିବା ଭୟଙ୍କର ସାମୁଦ୍ରିକ ବାତ୍ୟାକୁ ମୁକାବିଲା କରିବା ପାଇଁ ଅଧିକରୁ ଅଧିକ ହେନ୍ତାଳ ବଣ ତିଆରି କରିବା ପାଇଁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ସାମୁଦ୍ରିକ ବାତ୍ୟା ଦାନା ପ୍ରକୋପରୁ ଉପକୂଳବାସୀଙ୍କୁ ବଂଚାଇ ଦେଇଥିଲା ହେନ୍ତାଳ ବଣ ।
ସାମୁଦ୍ରିକ ବାତ୍ୟା ଦାନା ଆସି ସିଧା ଭିତରକନିକାର ହେନ୍ତାଳ ବଣ ଭିତରକୁ ପଶିଗଲା । ହେନ୍ତାଳ ବଣ ଭିତରୁ ବାହାରିଲା ବେଳକୁ ‘ଦାନା’ର କନା ଉଡ଼ି ଯାଇଥିଲା ।
ଓଡ଼ିଶା ଉପକୂଳରେ ପ୍ରବାହିତ ଜଳବାୟୁ ଓ ପରିବେଶ ହେନ୍ତାଳ ବଣ ପାଇଁ ଅନୁକୂଳ ଥିବାରୁ ପରିବେଶ ବିଜ୍ଞାନୀମାନେ ଅଧିକ ହେନ୍ତାଳ ବଣ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।