ବରଗଡ,(ଏସ୍ ନ୍ୟୁଜ୍): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କୁଦୁଲା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଲଜ୍ୟାଜନକ ଘଟଣା । ସତରେ ସ୍ୱାଧୀନ ର ସାତ ଦଶନ୍ଧି ପରେ ବି ଆମେ ଆଜି ପରାଧୀନ। ଯେଉଠି ଜାତିବାଦ ବର୍ଣ୍ଣ ବାଦ ରହିଛି ସେଠି ନିଜକୁ ସ୍ୱାଧୀନ କହିବା ବହୁତ ଭୁଲ ।
ଦଳିତ ଜାତି ଉପରେ ଏତେ ଅତ୍ୟାଚାର କଣ ପାଇଁ ? ଗ୍ରାମର ସୂର୍ଯ୍ୟକାନ୍ତି କୁମ୍ଭାର ଙ୍କ ପୁଅ ଉଚ୍ଚ ଜାତିର ଝିଅଙ୍କୁ ବିବାହ କରିଥିଲେ ବୋଲି ନିଜ ମାକୁ ଅପର କାଷ୍ଟ ର ୧୨ ଜଣ ସଦସ୍ୟ ମିଶି ଦୁଷ୍କର୍ମ କରି ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ଦେଲେ । ଏଇଟା କଣ ସମ୍ବିଧାନ ର ବ୍ୟବସ୍ତା ।
ଘଟଣା ର ୧୧ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିଲେ । ଦୀର୍ଘ ଏଗାର ଦିନ ପରେ ଓଡ଼ିଶା ଭୀମସେନା ଖବର ପାଇ କୁଦୁଲା ଗ୍ରାମକୁ ଯାଇ ପୀଡିତ ପରିବାରକୁ ଭେଟି ଥିଲେ । ଏବଂ ପିଡ଼ିତା ଙ୍କୁ ବୁର୍ଲା ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି।
ଭୀମସେନା ର ଚାପ ରେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଆଠ ଜଣ ଫେରାର ଅଛନ୍ତି । ସେମାନଙ୍କ ପରିବାର ସଦସ୍ୟ ଙ୍କୁ ଅଟକ ରଖିଛି ପୋଲିସ ।
ଭୀମସେନା ର ରମାକାନ୍ତ ରାବଣ,ବଲବନ୍ତ ସୁନା,ଓଁପ୍ରକାଶ କୁମ୍ଭାର,ସମ୍ରାଟ ସୁରଜ,ପ୍ରଭାତ ରାଜହାନ୍ସ, ସମେତ ମୁମ୍ବାଇ ଏବଂ ଦିଲ୍ଲୀ ରୁ ମଧ୍ୟ ଭୀମସେନା ର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।
ଦଶ ଦିନ ଭିତରେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ନ ମିଳିଲେ ବିଭିନ୍ନ ଦଳିତ ସଂଗଠନ ଏବଂ ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।